ଆଇପିଏସ୍ ଅଧିକାରୀ କେ ସିଭା ସୁବ୍ରମଣି, ଢେଙ୍କାନାଳର ବର୍ତ୍ତମାନର ଏସପି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏସପି ଭାବରେ ନିଯୁକ୍ତ ହୋଇଛନ୍ତି।
Category: Regional
ସୌମ୍ୟ ରଂଜନ ପଟ୍ଟନାୟକଙ୍କ ରାଜ୍ୟ ସରକାରଙ୍କୁ ଟାର୍ଗେଟ:- କୋଠାବାଡି ଚକ୍ଚକ୍ କରିଦେଲେ ଓଡିଆ ଯୁବକଙ୍କୁ ଦେଖାଯାଇଥିବା ସ୍ୱପ୍ନ ପୁରଣ ହୋଇପାରିବ ନାହିଁ-
ବିଜେଡି ଏବେ ହତ୍ୟା ଅଭିଯୋଗ ସହ ସଂଗ୍ରାମ କରୁଛି । ୨୦ ବର୍ଷ ପୁରୁଣା ବିଜେଡି ସରକାର ଦ୍ବନ୍ଦରେ ପଡିବା ଆରମ୍ଭ କରି ଦେଇଛି।
ବଲାଙ୍ଗୀର ସଜ୍ମା ଗାଁରେ ଘରୋଇ କଲେଜ ହଷ୍ଟେଲରୁ ଝୁଲନ୍ତା ଅବସ୍ତାରେ ଯୁକ୍ତଦୁଇ ଛାତ୍ରୀ ଉଦ୍ଧାର
ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସଜ୍ମା ଗାଁରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।
କୋରାପୁଟ ପ୍ରଶାସନ କୋଟିଆର ନେରାଡିଭାଲସା ଗ୍ରାମରୁ ମାସେବ୍ୟାପୀ ପରବ ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି-
କୋରାପୁଟ ପ୍ରଶାସନ ସୋମବାର ଦିନ କୋଟିଆର ନେରାଡିଭାଲସା ଗ୍ରାମରୁ ମାସେବ୍ୟାପୀ ପରବ ପର୍ବ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।
ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କଟକ ରୋଡରେ ୩ ବାର ସିଲ୍ : ବିନା ଲାଇସେନ୍ସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତର ଆସର,
ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିଲା ବାର୍ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଚ୍ଚ ବାଦ୍ୟଯନ୍ତ୍ର ଓ ନାଚଗୀତର ଆସର ପାଇଁ ରଙ୍ଗିନ୍ ହେଉଥିଲା ରାତି ଓ ଖୋଲାଖୋଲି ନିୟମର ଉଲଂଘନ କରାଯାଉଥିଲା ।
ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି-
ଡିସେମ୍ବର ୧୩, ୨୦୨୧ ସୁଦ୍ଧା ରାଜ୍ୟର ପୌରସଂସ୍ଥା ତଥା ବିଜ୍ଞପ୍ତି କ୍ଷେତ୍ର ପରିଷଦ ରେ ୱାର୍ଡର ସୀମା ଏବଂ ସିଟ୍ ସଂରକ୍ଷଣ ପ୍ରକ୍ରିୟା ଶେଷ କରିବାକୁ ଓଡିଶା ସରକାର ସୋମବାର ଜିଲ୍ଲା କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ବିଜେପିର ୧୫ ଜଣିଆ ଟିମ୍ ମମିତା ମେହେରଙ୍କ ଘରେ, ରାଜନୌତିକ ଆକ୍ରୋଶ ତେଜୁଛି-
ଆଜି ଘରୋଇ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମମିତାଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ରାଜଧାନୀ ଏୟାରଫିଲଡ୍ ଥାନା ଅଞ୍ଚଳରେ ଚଢାଉ କରି ପ୍ରାୟ ୨୫୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଛି ପୋଲିସ୍
ରାଜ୍ୟରେ ଧଳାଜହର କାରବାର ଏବେ ସୀମା ଟପିଲାଣି । ଏପଟେ କମିଶନରେଟ୍ ନିଶା ବେପାରୀଙ୍କୁ ସାବାଡ୍ କରିବା ପାଇଁ ଆରମ୍ଭ କରିଛି ଅପରେସନ୍ ହ୍ୱାଇଟ୍ ସ୍ପାଇଡର ।
କନ୍ସଲଟାନ୍ସି ସେଣ୍ଟରରେ ସେକ୍ସ ର୍ୟାକେଟ୍ , ୩ ଯୁବତୀ ଉଦ୍ଧାର
ରାଜଧାନୀରେ ଖୁଲମଖୁଲା ଚାଲିଛି ଦେହ ବ୍ୟବସାୟ । ରାଜଧାନୀର ଗଳି କନ୍ଦିରେ ଏବେ ଦେହ ବ୍ୟବସାୟୀ ନିଜ ଆଡ୍ଡା ଆରମ୍ଭ କରିଥିବା ଆଜି ସେଭଳି ଏକ ର୍ୟାକେଟ୍ ର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍ ।
ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବିଜେପି ଓ ଜେଏମଏମ କାର୍ଯ୍ୟକର୍ତ୍ତାଙ୍କୁ ମାଡ ମାରିବା ଅଭିଯୋଗରେ ଦୁଇ ଜଣ ବିଜେଡି କର୍ମୀ ଗିରଫ
ଗତକାଲି ହେଲିପ୍ୟାଡ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ଦୁଇଜଣ ବିଜେପି ଏବଂ ଜେଏମଏମର କାର୍ଯ୍ୟକର୍ତ୍ତାଙ୍କୁ ମାଡମାରି ତାଙ୍କ ମୁହଁ ଫଟାଇ ଦେଇଥିଲେ ।

