ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।
Category: KHABAR AAJIRA
ଚୋରା ବ୍ରାଉନ ସୁଗାର ବାଇକରେ ଚାଲାଣ ବେଳେ ପୋଲିସର ଚଢ଼ାଉ , ୧୧୦ ଗ୍ରାମ ଜବତ, ୨ ଅଭିଯୁକ୍ତ ଗିରଫ
ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ଵାରା ସନ୍ଥିଆ ବ୍ରିଜ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ,କେନ୍ଦ୍ରମନ୍ତ୍ରୀ ଓ ବହୁ ପ୍ରଶାସନିକ ଅଧିକାରୀଙ୍କ ଶୋକ ପ୍ରକାଶ-
ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ରାତିରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ ଗତକିଛି ଦିନ ପୂର୍ବେ ଇକମୋ ଚିକିତ୍ସା କରାଇବା ପାଇଁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତାର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା ।
ଅଗଣିତ ଭାରତୀୟଙ୍କ ହୃଦୟରେ ସ୍ଥାନ ପାଇଥିବା ମିଲ୍ଖା ସିଂହଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ-
ଭାରତର ଜଣାଶୁଣା ଧାବକ ମିଲଖା ସିଂହ ଏକ ମାସ ପର୍ଯ୍ୟନ୍ତ କରୋନା ସଂକ୍ରମଣ ସହିତ ଲଢ଼େଇ ଜାରି ରଖିବା ପରେ ଶୁକ୍ରବାର ପରଲୋକ ହୋଇଯାଇଛି । ପଦ୍ମଶ୍ରୀ ମିଲଖା ସିଂହଙ୍କ ୯୧ ବର୍ଷ ବୟସରେ
ହକି ଇଣ୍ଡିଆ ଟୋକିଓ ଅଲିମ୍ପିକ୍ ପାଇଁ 16 ଜଣିଆ ପୁରୁଷ ଦଳ ଘୋଷଣା କଲେ
ଭାରତ ଶୁକ୍ରବାର ଦିନ ଟୋକିଓ ଗେମ୍ସ ପାଇଁ ଏହାର 16 ସଦସ୍ୟ ବିଶିଷ୍ଟ ପୁରୁଷ ହକି ଦଳରେ 10 ଟି ଅଲିମ୍ପିକ୍ ଡେବ୍ୟୁାଣ୍ଟ ନାମିତ କରିଛି।
ପୋଲିସ ଗୁଳିରେ ଛତିଶଗଡ ଦାନ୍ତେୱାଡା ଏନକାଉଣ୍ଟରରେ ଜଣେ ମହିଳା ମାଓନେତ୍ରୀ ନିହତ-
ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 ।
ଐତିହାସିକ ଘୋଡା ସ୍ଥାନାନ୍ତରଣକୁ ନେଇ ବଢୁଛି ବିବାଦ: ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସର ଧାରଣା,
ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନେଇ ଆଜି ଲଗାତାର ଦ୍ୱିତୀୟ ଦିନରେ କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭାରମ୍ଭ କରିବେ କ୍ୟାସ କୋର୍ସ: କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଉପହାର-
କରୋନା ସହିତ ଲଢ଼େଇ ଜାରି ରଖିଥିବା ସମ୍ମୁଖ ଯୋଦ୍ଧାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଏକ କ୍ୟାସ କୋର୍ସ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହାର ଶୁଭାରମ୍ଭ କରିବେ ।
କଣ୍ଠଶିଳ୍ପୀ ତପୁମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ-
ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ସଂକ୍ରମିତ ହେବା ପରେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଫୁସଫୁସଜନିତ ସମସ୍ୟା ପାଇଁ ଚିକିତ୍ସା ଲାଗି ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ପରିବାର ତରଫରୁ ଆର୍ଥିକ ସହାୟତାର ଲୋଡାଯାଇଛି ।
ବନବିଭାଗ ଅଭୟାରଣ୍ୟରେ ଜଶେ ଶିକାରକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି –
କରୋନା ସଂକ୍ରମଣ ଭିତରେ ବଢିବାରେ ଲାଗିଛି ଶିକାର ଯାହାଫଳରେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ପ୍ରାକୃତିକ ସୌନ୍ଦର୍ଯ୍ୟ ଏହାରି ଭିତରେ କପିଳାସ ଅଭୟାରଣ୍ୟରେ ଜଶେ ଶିକାରକୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ବନବିଭାଗ ।

