ରାଜ୍ୟରେ ଆସନ୍ତା ଜୁନ 1ରୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗ୍ରୀଷ୍ମ ଛୁଟି ସମାପ୍ତ ହେବା କାର୍ଯ୍ୟ ଆରମ୍ଭ କରିବେ ବୋଲି ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂଚନା ଦେଇଛନ୍ତ।
Category: KHABAR AAJIRA
ପ୍ରଧାନମନ୍ତ୍ରୀ ୟାସ୍ ପରିସ୍ଥିତିର ସମୀକ୍ଷା କରି ଓଡିଶାକୁ 500 କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କଲେ-
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାଇକ୍ଲୋନ ୟାସ୍ ପରିସ୍ଥିତିର ସମୀକ୍ଷା କରି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ଓଡିଶା ଆସି ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପୁରବା ମେଦିନୀପୁରରେ ଘୂର୍ଣ୍ଣିବଳୟ ପ୍ରଭାବିତ ଅଞ୍ଚଳର ଏକ ବିମାନ ସର୍ଭେ କରିଥିଲେ।
‘ୟାସ୍’ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେବାକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧିକାରୀ ମାନଙ୍କୁ ନିର୍ଦେଶ
ଘୂର୍ଣ୍ଣିବଳୟ ‘ୟାସ୍’ ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡାକୁ କ୍ଷତି ପହଞ୍ଚାଇବାର ଗୋଟିଏ ଦିନ ପରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ସମ୍ପୃକ୍ତ ଅଧିକାରୀଙ୍କ କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମାଗିଛନ୍ତି।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବାକୁ ଓଡିଶା ଆସିବେ-
ଆସନ୍ତାକାଲି ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବାକୁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଭୁବନେଶ୍ୱରରେ ପହଁଚି ପ୍ରଥମେ ଏକ ସମୀକ୍ଷା ବୈଠକ କରିବେ ତା’ପରେ ସେ ବାଲେଶ୍ୱର, ଭଦ୍ରକ ଏବଂ ପୁର୍ବ ମେଦିନୀପୁରର ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ କରିବେ। ଏହା ପରେ ସେ ପଶ୍ଚିମବଙ୍ଗରେ ମଧ୍ୟ ଏକ ସମିକ୍ଷା ବୈଠକରେ ଯୋଗ ଦେବେ ।
ଫୁଲୁଛି ବୈତରଣୀ ନଦୀ, ୪୯ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ
ତିନିଦିନ ହେଲାଣି ଲଗାତାର ବର୍ଷା ଯୋଗୁଁ ବୈତରଣୀ ନଦୀ ଫୁଲୁଥିବା ଦେଖିବାକୁ ମିଳିଛି । ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।
ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ମାଫିଆଙ୍କ ଉପରେ ଚଢାଉ , ଜଣେ ଗିରଫ-
ବେଆଇନ ଦେଶୀ ମଦ ତିଆରି କରୁଥିବା ମାଫିଆଙ୍କ ଉପରେ ଚଢ଼ାଉ କଲା ଅବକାରୀ ବିଭାଗ । ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ପକ୍ଷରୁ ବେଆଇନ ଦେଶୀ ମଦ ଉପରେ ଚଢାଉ କରି ବିପୁଳ ପରିମାଣର ମହୁଲ ପୋଚ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଛି ।
ଝାରପଡ଼ା ଜେଲରେ ପୁଣି ୧୨୭ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ-
କରୋନା ଭାଇରସ୍ ଏବେ ଜେଲ୍ରେ ନିଜର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ଜେଲ୍ ର ସ୍ଥିତି ଏବେ ଅଣାୟତ ହେବାରେ ଲାଗିଛି । ଯେତିକି ଟେଷ୍ଟି ବଢୁଛି ସେତିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ଓ ସମିକ୍ଷା-
ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରୁ ଏହାର ସମିକ୍ଷା କରୁଛନ୍ତି । “
୨୦୧୮ରୁ ଭାରତ ଛାଡି ବିଦେଶରେ ରହୁଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଧରାପଡିଲେ ,
ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁକୋଟି ଟଙ୍କା ଦୁର୍ନୀତିରେ ଅଭିଯୋଗରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ତଦନ୍ତ ପରିସରଭୁକ୍ତ ଥିଲେ ।
ଓଡିଶାକୁ ୬୪୧.୬ କୋଟି ଟଙ୍କାର ସାମୁଦ୍ରିକ ଝଡ ୟାସରେ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ-
ସାମୁଦ୍ରିକ ଝଡ ୟାସ୍ ମୁକାବିଲା ଲାଗି ଓଡିଶାକୁ ପ୍ରଥମ କିସ୍ତିରେ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

