ଭାରତରେ କରୋନା ଦ୍ବିତୀୟ ଲହର ସବୁଆଡେ ମାଡିଥିବାବେଳେ ସମୟରେ ତୃତୀୟ ଲହର ଭୟ ଜୋର ଧରିଛି । ଦାବି କରାଯାଉଛି ଯେ କରୋନାର ପରବର୍ତ୍ତୀ ଲହର ପିଲାମାନଙ୍କୁ ଟାର୍ଗେଟ କରିପାରେ।
Category: Entertainment
ଓଡ଼ିଶାର ୪ ଜିଲ୍ଲା ବାତ୍ୟା ‘ୟଶ୍’ ରେ ପ୍ରଭାବିତ ବେଶୀ ହେବ: ଘଣ୍ଟା ପ୍ରତି ୧୧୦ କିମି ପବନର ବେଗ ଛୁଇଁବ
ଓଡ଼ିଶାର ୪ ଜିଲ୍ଲାରେ ଏହି ବାତ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର, ଭଦ୍ରକ୍, ଯାଯପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବାତ୍ୟା ଅତିକ୍ରମ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଡଘଡି ସହିତ ସର୍ବାଧିକ ପବନର ବେଗ ୧୧୦ ଛୁଇଁବ ବୋଲି ଆକଳନ କରାଯାଇଛି ।
ପାଉଡ଼ି ଭୂୟାଁ ଜନଜାତି ରହୁଥିବା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନର ପଦକ୍ଷେପ
ନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟେଷ୍ଟିଂ, ଆଇସୋଲେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି।
ବାତ୍ୟା ୟସ୍ ପ୍ରସ୍ତୁତି: ଭଦ୍ରକ ଧାମରା ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ
ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ।
ବାତ୍ୟା ‘ୟସ’ ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ-
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।
ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ କୋଭିଡ ହସ୍ପିଟାଲରେ : କରୋନା ତୃତୀୟ ଲହର ଶିଶୁଙ୍କ ପାଇଁ ସଂକ୍ରାମକ-
ଦେଶର ବିଭିନ୍ନ ସ୍ଥାନରେ ଶିଶୁଙ୍କ ବୟସ ବର୍ଗରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱିଙ୍ଗସ ଉପରେ ଗୁରୁତ୍ବ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ଏକ ନିର୍ଦ୍ଦିଷ୍ଟ ‘ପେଡିଆଟ୍ରିକ କୋଭିଡ ୱିଙ୍ଗ’ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।
ହତ୍ୟା ମାମଲାରେ ଅଲିମ୍ପିକ୍ ବିଜେତା ରେସଲର ସୁଶୀଲ କୁମାର ଗିରଫ-
ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ହୋଇଛି ।
ଆଜି ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟସ୍ ର ମୁକାବିଲା ସମୀକ୍ଷା କରିବେ, ବୈଠକରେ ଯୋଗଦେବେ ବହୁବରିଷ୍ଠ ଅଧିକାରୀ
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ସକାଳ ୧୧ଟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ଆରମ୍ଭ ହେବ ବୋଲି ଜଣାପଡିଛି ।
ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-
ମହାମାରୀ ଭୟ ଭିତରେ ବାତ୍ୟାର ଭୟ । ବିଶେଷ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବାସୀଙ୍କ ପାଇଁ ଏହି ସ୍ଥିତି ଅତି ଜଟିଳ । ବାତ୍ୟା ସମୟରେ ହଜାର ହଜାର ସମୁଦ୍ର କୂଳିଆ ଲୋକେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ନିର୍ଭର କରନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ କିନ୍ତୁ ବର୍ତମାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ରେ ବି ସଂକ୍ରମଣର ଭୟ ରହିଛି ।
ଗଞ୍ଜାମ ଜିଲ୍ଲାରେ ବର ହେଲେ କରୋନା ପଜିଟିଭ, ବରଯାତ୍ରୀ ଗଲେ କ୍ବାରେଣ୍ଟାଇନ
ଗଞ୍ଜାମ ଜିଲ୍ଲାର ପଟ୍ଟାପୁର ପୋଲିସ ସୀମା ଅନ୍ତର୍ଗତ ଦସିପୁର ଗ୍ରାମରେ ବିବାହରେ ବର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ବର କରୋନା ପଜିଟିଭ୍ ହେବା ପରେ ବରଯାତ୍ରୀ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି ।

