ଓଡ଼ିଶାର ଗଣପର୍ବ ରଜ

ଗ୍ରୀଷ୍ମ ଓ ବର୍ଷା ଋତୁର ସନ୍ଧିକ୍ଷଣରେ ଭିଜାମାଟିର ବାସ୍ନା ନେଇ ଆସେ ଓଡ଼ିଶାର ଗଣପର୍ବ ରଜ। ସତେ ଯେମିତି ଏହା  ଧରିତ୍ରୀ ମାତା ଓ ମୌସୁମୀର ମିଳନର ପର୍ବ  ।  ସାରା ବିଶ୍ୱରେ ପ୍ରକୃତିକୁ

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଶେଷ ସମନ୍ୱୟ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଯୋଗଦେଇ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ। ଟାଉନ ହଲ୍‌‌ ପରିସରରେ ପୂର୍ବାହ୍ନ ୧୧ଟାରେ ହେବାକୁ ଥିବା ବୈଠକରେ

ସ୍ନାନଯାତ୍ରା ପରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି 

ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା: ସ୍ନାନବେଦୀରେ ତିନି ଠାକୁର

ଆଜି ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଶ୍ରୀକ୍ଷେତ୍ରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ ।

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସ୍ଥିର ହେଲା

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ମଙ୍ଗଳାର୍ପଣ ରାତି ୩ଟା ୩୦ରେ ହେବାକୁ ଥିବା ବେଳେ ୪ ଟାରୁ ୬ଟା ମଧ୍ୟରେ ଡେରିଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ।

ଶେଷ ହେଲା ମାଁ ବ୍ରାହ୍ମଣ ଦେବୀ ଯାତ୍ରା

ବେଲଗୁଣ୍ଠାରେ ଐତିହାସିକ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ବର୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।ଶେଷ ପଟୁଆର ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମହାମାୟୀଙ୍କ ଏହି ବର୍ଷ ର ଶେଷ ନଗର

୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ ,୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କଲେ

୧ ମିନିଟରେ ୧୭ଟି ଶ୍ଲୋକ ଗାଇ ଇଣ୍ଡିଆ ବୁକ ଅପଂ ରେକର୍ଡ ସୃଷ୍ଟି କରିଛନ୍ତି ଯାଜପୁର ବିବିସରାଇ ଅଂଚଳର ୫ମ ଶ୍ରେଣୀର ଛାତ୍ରୀ ଆଦ୍ୟାଜ୍ୟୋତି ଦାସ । ସାଇ ଆଦ୍ୟାଜ୍ୟୋତି ପିଲାଦିନରୁ ନିଜ ଜେଜେ

ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ! ଭାଙ୍ଗିଯିବ ଶହ ଶହ ବର୍ଷର ପରମ୍ପରା

ପ୍ରଥମଥରପାଇଁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ବ୍ରହ୍ମପୁରର ମା ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି। ଯାତ୍ରା ପରିଚାଳନାକାରୀ ପି.ଦୁର୍ଗାପ୍ରସାଦ    ଦେଶୀ ବେହେରା ଏବଂ ପ୍ରଶାସନ ମଧ୍ୟରେ ଆୟୋଜନ ତାରିଖ ନେଇ ଟଣାଓଟରା ପରେ ଚଳିତ ବର୍ଷ ମା’ଙ୍କ ଆଗମନକୁ ନେଇ ପ୍ରଥମେ ଦ୍ୱନ୍ଦ ଉପୁଜି ଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ବାତିଲ ହୋଇଛି  । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଉଥିବା ବେଳେ 21 ଦିନରୁ କମ୍‌ ହେଲେ ଯାତ୍ରା କରାଯାଇ ପାରିବ ନାହିଁ ବୋଲି ଦେଶୀବେହେରା ଦୁର୍ଗାପ୍ରସାଦ କହିଥିଲେ ।କାରଣ ପୁରା 21 ଦିନର  ମା ବୁଢୀ ଠାକୁରାଣୀଙ୍କ ରୀତିନୀତି ରହିଛି  । 21 ଦିନରୁ କମ୍ ଦିନ ମା ବୁଢ଼ୀ ଠାକୁରାଣୀ ଯାତ୍ରା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟି ଜଣାଇଥିଲେ।ଏ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏମ୍‌ସିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମ୍‌ସି କମିଶନର ଓ ଉପଜିଲ୍ଳାପାଳଙ୍କ ସମେତ ପରିଚାଳକ ଦୁର୍ଗାପ୍ରସାଦଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଯାତ୍ରା ଆୟୋଜନ ତାରିଖକୁ ନେଇ ସହମତି ପ୍ରକାଶ ପାଇ ପାରିନଥିଲା । କୋଭିଡ଼ କଟକଣାରେ ଯାତ୍ରା ଆୟୋଜନ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହାପରେ  ମାଙ୍କ ଯୋଗ ନିୟମ ପ୍ରକାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା ।ଦେଶୀବେହେରା ଦୁର୍ଗାପ୍ରସାଦ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସକାଳେ ଡେଙ୍ଗୁରା କରିଥିଲେ । ତେବେ ବିଳମ୍ବିତ ରାତି ସମୟରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା।ପ୍ରଶାସନ ର କୋଭିଡ କଟକଣା, ଦିନ ଧାର୍ଯ୍ୟ ଏସବୁ ସମସ୍ୟା ତେଣୁ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ଜନସାଧାରଣ ମଧ୍ୟ ନାପସନ୍ଦ କରିଛନ୍ତି । ଏମିତିକି ଶହଶହ ବର୍ଷର ପରମ୍ପରା ଭାଙ୍ଗିଯିବ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ମଧ୍ୟ ବେଶ ଅସନ୍ତୋଷ ଦେଖିବାକୁ ମିଳିଛି।

ବାଲୁକା ଶିଳ୍ପୀ ମାନସ ସାହୁ ମହାଶିବରାତ୍ରୀର ଶୁଭେଛା ବାଲୁକା କଳା ମାଧ୍ୟମରେ ଜଣାଇଲେ –

ବାଲୁକା କଳା ମାଧ୍ୟମରେ ମହାଶିବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ବେଳାଭୂମିରେ ମାନସ କରିଥିବା ବାଲୁକା କଳା ମାଧ୍ୟମରେ କୈଳାସ ପର୍ବତରେ ହର ହର ମହାଦେବ ଧ୍ୟାନ

କରୋନା କଟକଣା ସହ ରାଜ୍ୟରେ ପାଳନ ହେଉଛି ଶିବରାତ୍ରୀ, ଏକାଧିକ ମନ୍ଦିରରେ ୧୪୪ ଧାରା ଜାରି

ସମଗ୍ର ଦେଶ ସମତେ ରାଜ୍ୟରେ ଆଜି ମହାଶିବରାତ୍ରୀ ପାଳନ ହେଉଛି । ଭଗବାନ ଶିବଙ୍କ ଏହି ପବିତ୍ର ପର୍ବରେ ବାଧକ ସାଜିଛି କୋଭିଡ-୧୯ କଟକଣା । ରାଜ୍ୟର ଅନେକ ଶିବମନ୍ଦିରରେ କେବଳ ମନ୍ଦିର ପୂଜକଙ୍କୁ