ଝାରପଡ଼ା ଜେଲରେ ପୁଣି ୧୨୭ ଅନ୍ତେବାସୀ କରୋନା ପଜିଟିଭ୍ ଚିହ୍ନଟ-

କରୋନା ଭାଇରସ୍ ଏବେ ଜେଲ୍‌ରେ ନିଜର ତାଣ୍ଡବ ରଚିବାରେ ଲାଗିଛି । ଯାହାଫଳରେ ଜେଲ୍ ର ସ୍ଥିତି ଏବେ ଅଣାୟତ ହେବାରେ ଲାଗିଛି । ଯେତିକି ଟେଷ୍ଟି ବଢୁଛି ସେତିକି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ ଓ ସମିକ୍ଷା-

ସାମୁଦ୍ରୀକ ବାତ୍ୟା “ୟାସ୍‌” ର ସମିକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରୁ ଏହାର ସମିକ୍ଷା କରୁଛନ୍ତି । “

୨୦୧୮ରୁ ଭାରତ ଛାଡି ବିଦେଶରେ ରହୁଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଧରାପଡିଲେ ,

ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ବହୁକୋଟି ଟଙ୍କା ଦୁର୍ନୀତିରେ ଅଭିଯୋଗରେ ଭାରତୀୟ ଅପରାଧ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକାଧିକ ମାମଲା ତଦନ୍ତ ପରିସରଭୁକ୍ତ ଥିଲେ ।

ଓଡିଶାକୁ ୬୪୧.୬ କୋଟି ଟଙ୍କାର ସାମୁଦ୍ରିକ ଝଡ ୟାସରେ ହୋଇଥିବା କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ-

ସାମୁଦ୍ରିକ ଝଡ ୟାସ୍ ମୁକାବିଲା ଲାଗି ଓଡିଶାକୁ ପ୍ରଥମ କିସ୍ତିରେ ୬୪୧.୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ବାତ୍ୟା “ୟାସ୍”ର ତାଣ୍ଡବ ପରେ ପୁନଃଉଦ୍ଧାର କାର୍ଯ୍ୟ ଯୋରଦାର

ସାମୁଦ୍ରିକ ଝଡ “ୟାସ୍” ଧାମରାର ଉତ୍ତର ଏବଂ ବାଲେଶ୍ବରର ଦକ୍ଷିଣ ମଧ୍ୟରେ ଅବତରଣ କରିବା ପରେ ଓଡିଶାର ଉତ୍ତର-ଉପକୂଳ ଦେଇ ଗତି କରିବା ପରେ ଦୁର୍ବଳ ହେବାପରେ ପୁନରୁଦ୍ଧାର କାର୍ଯ୍ୟ
ରେ ନିୟୋଜିତ ବିପର୍ଯ୍ୟୟ ପରିଚାଳନା ଯବାନମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ-

ମଦ୍ୟପ ପୁଅର ଟାଙ୍ଗିଆ ଚୋଟରେ ଚାଲି ଯାଇଛି ବାପାର ଜୀବନ । ଆକ୍ରମଣରେ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି ।ଜମି ବାଡ଼ିକୁ କେନ୍ଦ୍ର କରି ରବିବାର ରାତିରେ ତପନ ମଦ୍ୟପାନ କରି ଆସି ଡଙ୍ଗାପାଳ ଗାଁରେ ବାପା ସନାତନଙ୍କ ସହିତ ପ୍ରଥମେ ଯୁକ୍ତିତର୍କ ଓ ପରେ ଏକ ଟାଙ୍ଗିଆରେ ଗୋଡେଇ ଗୋଡେଇ ହାଣିଥିଲେ ।

ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ –

ଲୋକପ୍ରିୟ ଜଗନ୍ନାଥ ପ୍ରବଚକ ଚାରଣ ରାମ ଦାସଙ୍କ କରୋନା ସଂକ୍ରମଣରେ ଦେହାନ୍ତ ଘଟିଛି । ଗତ କିଛି ଦିନ ହେବ ସେ କରୋନାରେ ପିଡ଼ିତ ହୋଇ ପୁରୀର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।

ବାତ୍ୟା ପାଇଁ ମେ ୩୧ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର-

ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାଜ୍ୟ ସରକାର ।

ବାତ୍ୟା ‘ୟଶ୍‌’ ପାରାଦୀପ ଠାରୁ ୪୯୦ କିମି ଦୂରରେ: ତୁରନ୍ତ କଚ୍ଚା ଘର ଛାଡି ବାତ୍ୟା ଆଶ୍ରୟସ୍ଥଳୀ ଯିବାକୁ ନିର୍ଦ୍ଦେଶ

ପାଣିପାଗ ବିଭାଗର ତାଜା ଅପଡେଟ୍ ଅନୂଯାଇ ଏବେ ସାମୁଦ୍ରିକ ଝଡ ୟଶ୍ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨-୩ କିମି ବେଗରେ ଗତି କରୁଥବବା ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖରେ ପାରାଦୀପ ଓ ବାଲେଶ୍ୱର ମଧ୍ୟରେ ଲ୍ୟାଣ୍ଡଫଲ କରିବାର ପୂର୍ବାନୁମାନ କରାଯାଇଛି ।

1 35 36 37 38 39 128