ଢେଙ୍କାନାଳରେ ଚାଇଲଡ଼ ପର୍ଣ୍ଣ ସାଇଟ୍ ପାଇଁ ଛାନବିନ୍‌ ଚାଲିଥିଲା ବେଳେ ସିବିଆଇର ୮ ଅଧିକାରୀଙ୍କୁ ମାଡ-

ଚାଇଲଡ଼ ପର୍ଣ୍ଣ ସାଇଟ୍ କରି ବିପୁଳ ଟଙ୍କାର ବିଦେଶୀ ଅର୍ଥ ଉପାର୍ଜନ କରୁଥିବା ଖବର ଜଣାପଡ଼ିବା ପରେ ଖବର ଛାନବିନ୍ ପାଇଁ ପହଂଚି ଥିଲା ସିବିଆଇ

ଭଦ୍ରକ ଆଗରପଡ଼ାରେ ଅନ୍‌ଲାଇନ୍ ରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ:

ଭଦ୍ରକ ଆଗରପଡ଼ାର ମନୋରଂଜନ ଦାସ ,ଢେଙ୍କାନାଳ ଜୁବୁଲି ଟାଉନରେ ମଧ୍ୟ ମିଥୁନ ନାୟକ ନାମକ ଜଣେ ଯୁବକଙ୍କ ଘରେ ମଧ୍ୟ ଚଢାଉ କରିଛି ସିବିଆଇ ।

ଆଜି ଜାତୀୟ ପ୍ରେସ୍ ଦିବସ

୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ (ପିସିଆଇ) ପ୍ରତିଷ୍ଠାକୁ ସମ୍ମାନ ଏବଂ ସ୍ୱୀକୃତି ଦେବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ ।

ଶେଷ ହେଲା ବିଟ୍ରିଶ୍ ଅମଳର ନିୟମ : ଏଣିକି ରାତିରେ ବି ହସ୍ପିଟାଲ ଗୁଡିକରେ ହୋଇପାରିବ ପୋଷ୍ଟମର୍ଟମ-

ବର୍ତ୍ତମାନ କେବଳ ଦିନରେ ତଥା ସଂଧ୍ୟା ୫ ଟା ମଧ୍ୟରେ ଶବବ୍ୟବଚ୍ଛେଦ କରିବାର ନିୟମ ରହିଥିଲା । ତେବେ ଏହି ବିଟ୍ରିଶ୍ ଅମଳର ନିୟମ ଆଜି ଶେଷ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ।

ଓଡିଶାର ରାଜ୍ୟ ନିର୍ବାଚନ ଆୟୋଗ ମତଦାନ ବ୍ୟୟ ସୀମାକୁ ବୃଦ୍ଧି କରିଛି

ଆସନ୍ତା ବର୍ଷ ଆରମ୍ଭ ହେବାକୁ ଥିବା ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ପଞ୍ଚାୟତ ସମିତି ସଦସ୍ୟ ତଥା ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପାଇଁ ଓଡିଶାର ରାଜ୍ୟ ନିର୍ବାଚନ ଆୟୋଗ ମତଦାନ ବ୍ୟୟ ସୀମା ବୃଦ୍ଧି କରିଛି।

ବିଏମସି ପକ୍ଷରୁ ରାଜଧାନୀରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ ଓଷା ଉତ୍ସବ ପାଇଁ ନିର୍ଦ୍ଦେଶାବଳୀ ଜାରି –

ବିଏମସି ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶାବଳିରେ ଶୁଭ କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡା ଓଷାଙ୍କ ଉତ୍ସବରେ ସହରର ବିଭିନ୍ନ ମନ୍ଦିର ପରିଦର୍ଶନ ଉପରେ ଜନସାଧାରଣଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ଚାକିରୀ କରାଇଦେବା ନାଁରେ ଠକେଇ, ୩ ଅଭିଯୁକ୍ତ ଗିରଫ

ରାଜଧାନୀ ଭୁବନେଶ୍ୱରରେ ସରକାରୀ ଚାକିରି କରାଇ ଦେବା ନାଁରେ ୧୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ କମିଶନରେଟ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ କୋଟିପତି ପୋଲିସ ବାବୁ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ

ଗିରଫ ହେଲେ ଓପିଏଚଡବ୍ଲୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭିଜିଲାନ୍ସ ଚଢାଉ ପରେ ତାଙ୍କର ଅମାପ ସମ୍ପତ୍ତି ରହିଛି ।

1 62 63 64 65 66 189