ଓଡ଼ିଶାର ୪ ଜିଲ୍ଲା ବାତ୍ୟା ‘ୟଶ୍‌’ ରେ ପ୍ରଭାବିତ ବେଶୀ ହେବ: ଘଣ୍ଟା ପ୍ରତି ୧୧୦ କିମି ପବନର ବେଗ ଛୁଇଁବ

ଓଡ଼ିଶାର ୪ ଜିଲ୍ଲାରେ ଏହି ବାତ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର, ଭଦ୍ରକ୍‌, ଯାଯପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବାତ୍ୟା ଅତିକ୍ରମ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଡଘଡି ସହିତ ସର୍ବାଧିକ ପବନର ବେଗ ୧୧୦ ଛୁଇଁବ ବୋଲି ଆକଳନ କରାଯାଇଛି ।

ପାଉଡ଼ି ଭୂୟାଁ ଜନଜାତି ରହୁଥିବା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନର ପଦକ୍ଷେପ

ନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟେଷ୍ଟିଂ, ଆଇସୋଲେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି।

ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ କୋଭିଡ ହସ୍ପିଟାଲରେ : କରୋନା ତୃତୀୟ ଲହର ଶିଶୁଙ୍କ ପାଇଁ ସଂକ୍ରାମକ-

ଦେଶର ବିଭିନ୍ନ ସ୍ଥାନରେ ଶିଶୁଙ୍କ ବୟସ ବର୍ଗରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱିଙ୍ଗସ ଉପରେ ଗୁରୁତ୍ବ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ଏକ ନିର୍ଦ୍ଦିଷ୍ଟ ‘ପେଡିଆଟ୍ରିକ କୋଭିଡ ୱିଙ୍ଗ’ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।

ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-

ମହାମାରୀ ଭୟ ଭିତରେ ବାତ୍ୟାର ଭୟ । ବିଶେଷ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବାସୀଙ୍କ ପାଇଁ ଏହି ସ୍ଥିତି ଅତି ଜଟିଳ । ବାତ୍ୟା ସମୟରେ ହଜାର ହଜାର ସମୁଦ୍ର କୂଳିଆ ଲୋକେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ନିର୍ଭର କରନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ କିନ୍ତୁ ବର୍ତମାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ରେ ବି ସଂକ୍ରମଣର ଭୟ ରହିଛି ।

ଗଞ୍ଜାମ ଜିଲ୍ଲାରେ ବର ହେଲେ କରୋନା ପଜିଟିଭ, ବରଯାତ୍ରୀ ଗଲେ କ୍ବାରେଣ୍ଟାଇନ

ଗଞ୍ଜାମ ଜିଲ୍ଲାର ପଟ୍ଟାପୁର ପୋଲିସ ସୀମା ଅନ୍ତର୍ଗତ ଦସିପୁର ଗ୍ରାମରେ ବିବାହରେ ବର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ବର କରୋନା ପଜିଟିଭ୍ ହେବା ପରେ ବରଯାତ୍ରୀ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି ।

ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆଜି ଅପରାହ୍ନରେ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥିତି ସମୀକ୍ଷା ବୈଠକ କରିବେ –

ଆଜି ଅପରାହ୍ଣରେ ସାମ୍ଭାବ୍ୟ ବାତ୍ୟା ୟଶ୍ ମୁକାବିଲାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ସେହି ବୈଠକରେ ସେ ସମୀକ୍ଷା କରିବେ ।

ବର୍ଷା ସମ୍ଭାବନା: ରାଜ୍ୟରେ ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି-

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଥଣ୍ଡା ରହିବା ସହ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜେଇ ମାଫିଆଙ୍କ ଅଭିନବ ପ୍ରୟାସ: ଏଥର ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ

କୋରାପୁଟ ଜିଲ୍ଲା ପଡୁଆ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।

ବଜ୍ରାଘାତରେ ୩ ଜୀବନ ଚାଲିଗଲା: କେନ୍ଦୁଝର

କେନ୍ଦୁଝରରେ ଦୁଖଃଦ ଘଟଣା । ବଜ୍ରାଘାତରେ ଚାଲିଗଲା ୩ ଜୀବନ । ରାଜ୍ୟର ଆଜି ଅନେକ ସ୍ଥାନରେ ଭାରି ବର୍ଷା ହୋଇଥିଲା ଯାହା ଫଳରେ ବହୁ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବାର ଦେଖାଦେଇଛି ।

ମମତା ବାନାର୍ଜୀ ବିଧାନସଭାକୁ ଫେରିବାକୁ ପୁଣି ନିର୍ବାଚନ ଲଢିବେ-

ଆସନ୍ତା ଛମାସ ମଧ୍ୟରେ ମମତା ବାନାର୍ଜୀ ଭବାନୀପୁରରୁ ଲଢିବେ ବୋଲି ଶ୍ରୀ ଚଟ୍ଟୋପାଧ୍ୟାୟ ବିଧାନସଭା ବାଚସ୍ପତି ବିମନ୍ ବୃନ୍ଦୋପାଧ୍ୟାୟଙ୍କୁ ଇସ୍ତଫା ଦେବା ପୂର୍ବରୁ ଏହା ଗଣମାଧ୍ୟମକୁ କହିଛନ୍ତି। ସେ ରାଜ୍ୟ କୃଷି ମନ୍ତ୍ରୀ ଭାବରେ ଛମାସ କାର୍ଯ୍ୟ କରିବେ, ଏହି ସମୟ ମଧ୍ୟରେ ସେ ଅନ୍ୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

1 60 61 62 63 64 121