ପ୍ରଧାନମନ୍ତ୍ରୀ ଆଜି ବାତ୍ୟା ‘ୟାସ୍’ରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟ ତଥା କେନ୍ଦ୍ର ମନ୍ତ୍ରଣାଳୟ, ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି-

ଗୃହ ମନ୍ତ୍ରଣାଳୟ ୨୪ଘଣ୍ଟା ପରିସ୍ଥିତିର ସମୀକ୍ଷା କରୁଛି ଏବଂ ରାଜ୍ୟ ସରକାର ଏବଂ ସଂପୃକ୍ତ କେନ୍ଦ୍ରୀୟ ଏଜେନ୍ସି ସହିତ ଯୋଗାଯୋଗରେ ରହିଛନ୍ତି । ଗୃହମନ୍ତ୍ରଅଳୟ ସମସ୍ତ ରାଜ୍ୟକୁ ଆଗୁଆ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିରୁ ପ୍ରଥମ କିସ୍ତି ପ୍ରକାଶ କରିସାରିଛି ଏନଡିଆରଏଫର ରେ ୪୬ ଟି ଟିମ୍ ପୂର୍ବରୁ ଆବଶ୍ୟକ ସରଞ୍ଜାମ ସହିତ ମୁତୟନ ହୋଇ ସାରିଛନ୍ତି ।

ବାତ୍ୟା ‘ୟାସ୍’ ପାରାଦୀପ ଏବଂ ସାଗର ଦ୍ୱିପ ମଧ୍ୟରେ ଅତିକ୍ରମ କରିବ:ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି –

ପୁର୍ବ କେନ୍ଦ୍ରିୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ ଏହା ଆହୁିରୀ ତିବ୍ର ହୋଇ ୨୬ ତାରିଖରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତି ଭୟଙ୍କର ରୁପ ନେଇ ଉପକୁଳ ଅତିକ୍ରମ କରିବ ବୋଲି ଭାରତୟୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ।

ରାଜଧାନୀର ପୋଖରୀପୁଟ ଭୟଙ୍କର ଅଗ୍ନିକାଣ୍ଡରେ ୮ ଦୋକାନ ଜଳିଗଲା –

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୮ ଦୋକାନ । ସୂଚନା ଅନୁସାରେ ରାଜଧାନୀ ଉପକଣ୍ଠ ପୋଖରୀପୁଟ ଅଞ୍ଚଳ ମଧୂସୁଦନ ପାର୍କ ନିକଟରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ ।

ହାଇଦ୍ରାବାଦ ଗଲେ ପୂର୍ବତନ କଂଗ୍ରେସ ସଭାପତି ଜୟଦେବ ଜେନାଙ୍କ ପୁଅ: ଇସିଏମଓ ଚିକିତ୍ସା ପାଇଁ

କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନାଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଛି ।

ଭାରତୀୟ ନାସାଲ ଡ୍ରପ୍ କରୋନାର ତୃତୀୟ ଲହରରେ ଶିଶୁଙ୍କ ପାଇଁ ଉପାଦାୟୀ ହେବ-

ଭାରତରେ କରୋନା ଦ୍ବିତୀୟ ଲହର ସବୁଆଡେ ମାଡିଥିବାବେଳେ ସମୟରେ ତୃତୀୟ ଲହର ଭୟ ଜୋର ଧରିଛି । ଦାବି କରାଯାଉଛି ଯେ କରୋନାର ପରବର୍ତ୍ତୀ ଲହର ପିଲାମାନଙ୍କୁ ଟାର୍ଗେଟ କରିପାରେ।

ଓଡ଼ିଶାର ୪ ଜିଲ୍ଲା ବାତ୍ୟା ‘ୟଶ୍‌’ ରେ ପ୍ରଭାବିତ ବେଶୀ ହେବ: ଘଣ୍ଟା ପ୍ରତି ୧୧୦ କିମି ପବନର ବେଗ ଛୁଇଁବ

ଓଡ଼ିଶାର ୪ ଜିଲ୍ଲାରେ ଏହି ବାତ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିବ । ବାଲେଶ୍ୱର, ଭଦ୍ରକ୍‌, ଯାଯପୁର, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଭଳି ଜିଲ୍ଲାରେ ବାତ୍ୟା ଅତିକ୍ରମ କରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଘଡଘଡି ସହିତ ସର୍ବାଧିକ ପବନର ବେଗ ୧୧୦ ଛୁଇଁବ ବୋଲି ଆକଳନ କରାଯାଇଛି ।

ପାଉଡ଼ି ଭୂୟାଁ ଜନଜାତି ରହୁଥିବା ଅଞ୍ଚଳରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଶାସନର ପଦକ୍ଷେପ

ନ୍ଦରଗଡ଼ ଜିଲ୍ଲାର ବଣାଇଁ ଉପଖଣ୍ଡ ଅଞ୍ଚଳରେ ବସବାସ କରୁଥିବା ପାଉଡ଼ି ଭୂୟାଁ ସଂପ୍ରଦାୟ ଲୋକଙ୍କ ଭିତରେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସଂପୃକ୍ତ ଅଞ୍ଚଳରେ ଟେଷ୍ଟିଂ, ଆଇସୋଲେସନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଉଛି।

ବାତ୍ୟା ୟସ୍ ପ୍ରସ୍ତୁତି: ଭଦ୍ରକ ଧାମରା ସାମୁଦ୍ରିକ ପୋଲିସ ପକ୍ଷରୁ ସମୁଦ୍ରରେ ପେଟ୍ରୋଲିଂ

ବାତ୍ୟା ୟସ ନେଇ ଏବେ ସବୁଠି ଆଗୁଆ ପ୍ରସ୍ତୁତି ଚାଲିଛି। ଭାରତୀୟ ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଆଜି ଲଘୁଚାପ କ୍ଷେତ୍ରଟି ଅବପାତ ରେ ପରିଣତ ହେବ। ୨୬ ତାରିଖ ସନ୍ଧ୍ୟାରେ ଏହା ଉପକୂଳ ଛୁଇଁବ।

ବାତ୍ୟା ‘ୟସ’ ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ନେବ ବାତ୍ୟାର ରୂପ-

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୱେଲମାର୍କଡ୍ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ।

ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ କୋଭିଡ ହସ୍ପିଟାଲରେ : କରୋନା ତୃତୀୟ ଲହର ଶିଶୁଙ୍କ ପାଇଁ ସଂକ୍ରାମକ-

ଦେଶର ବିଭିନ୍ନ ସ୍ଥାନରେ ଶିଶୁଙ୍କ ବୟସ ବର୍ଗରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱିଙ୍ଗସ ଉପରେ ଗୁରୁତ୍ବ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ଏକ ନିର୍ଦ୍ଦିଷ୍ଟ ‘ପେଡିଆଟ୍ରିକ କୋଭିଡ ୱିଙ୍ଗ’ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।

1 37 38 39 40 41 128