ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ହୋଇଛି ।
Year: 2021
ଆଜି ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ବାତ୍ୟା ୟସ୍ ର ମୁକାବିଲା ସମୀକ୍ଷା କରିବେ, ବୈଠକରେ ଯୋଗଦେବେ ବହୁବରିଷ୍ଠ ଅଧିକାରୀ
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ । ସକାଳ ୧୧ଟାରେ ଏହି ଉଚ୍ଚସ୍ତରୀୟ ବୈଠକରେ ଆରମ୍ଭ ହେବ ବୋଲି ଜଣାପଡିଛି ।
ସଂକ୍ରମଣ ବାତ୍ୟା ଆଶ୍ରୟସ୍ଥଳୀରେ ବଢିପାରେ , କଣ୍ଟାମିନେଶନ୍ ରୋକିବାକୁ ଆଶ୍ରୟସ୍ଥଳୀକୁ ଆଣିବା ପୂର୍ବରୁ ଆଣ୍ଟିଜେନ୍ ପରୀକ୍ଷା ନିର୍ଦ୍ଦେଶ-
ମହାମାରୀ ଭୟ ଭିତରେ ବାତ୍ୟାର ଭୟ । ବିଶେଷ ଭାବରେ ଉପକୂଳବର୍ତ୍ତୀ ଜିଲ୍ଲା ବାସୀଙ୍କ ପାଇଁ ଏହି ସ୍ଥିତି ଅତି ଜଟିଳ । ବାତ୍ୟା ସମୟରେ ହଜାର ହଜାର ସମୁଦ୍ର କୂଳିଆ ଲୋକେ ବାତ୍ୟା ଆଶ୍ରୟସ୍ଥଳୀ ଉପରେ ନିର୍ଭର କରନ୍ତି ନିଜ ଜୀବନ ବଞ୍ଚାଇବା ପାଇଁ କିନ୍ତୁ ବର୍ତମାନ ସମୟରେ ବାତ୍ୟା ଆଶ୍ରୟସ୍ଥଳୀ ରେ ବି ସଂକ୍ରମଣର ଭୟ ରହିଛି ।
ଗଞ୍ଜାମ ଜିଲ୍ଲାରେ ବର ହେଲେ କରୋନା ପଜିଟିଭ, ବରଯାତ୍ରୀ ଗଲେ କ୍ବାରେଣ୍ଟାଇନ
ଗଞ୍ଜାମ ଜିଲ୍ଲାର ପଟ୍ଟାପୁର ପୋଲିସ ସୀମା ଅନ୍ତର୍ଗତ ଦସିପୁର ଗ୍ରାମରେ ବିବାହରେ ବର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ବର କରୋନା ପଜିଟିଭ୍ ହେବା ପରେ ବରଯାତ୍ରୀ କ୍ବାରେଣ୍ଟାଇନ ସେଣ୍ଟରକୁ ଯାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆଜି ଅପରାହ୍ନରେ ଉପକୂଳବର୍ତ୍ତୀ ଜିଲ୍ଲାର ସ୍ଥିତି ସମୀକ୍ଷା ବୈଠକ କରିବେ –
ଆଜି ଅପରାହ୍ଣରେ ସାମ୍ଭାବ୍ୟ ବାତ୍ୟା ୟଶ୍ ମୁକାବିଲାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ରାଜ୍ୟର ୧୪ ଉପକୂଳବର୍ତ୍ତୀ ଜିଲ୍ଲାରେ କିଭଳି ରହିଛି ବାତ୍ୟା ମୁକାବିଲା ପ୍ରସ୍ତୁତି ସେହି ବୈଠକରେ ସେ ସମୀକ୍ଷା କରିବେ ।
ଭାରତ ସରକାର ସାମାଜିକ ଗଣମାଧ୍ୟମରେ କରୋନାର ଭାରତୀୟ ଭାରିଏଣ୍ଟ ଭଳି ଶବ୍ଦ ବ୍ୟବହାର ହୋଇଥିବା ଖବର ହଟାଇବାକୁ ନିର୍ଦ୍ଦେଶ
ଭାରତ ସରକାର ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ କରୋନାର ଭାରତୀୟ ଭାରିଏଣ୍ଟ ସହ ଜଡିତ ସମସ୍ତ ବିଷୟବସ୍ତୁକୁ ନିଜ ପ୍ଲାଟଫର୍ମରୁ ହଟାଇବାକୁ କହିଛନ୍ତି।
ବର୍ଷା ସମ୍ଭାବନା: ରାଜ୍ୟରେ ୧୧ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି-
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଥଣ୍ଡା ରହିବା ସହ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଗଞ୍ଜେଇ ମାଫିଆଙ୍କ ଅଭିନବ ପ୍ରୟାସ: ଏଥର ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ
କୋରାପୁଟ ଜିଲ୍ଲା ପଡୁଆ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।
ବଜ୍ରାଘାତରେ ୩ ଜୀବନ ଚାଲିଗଲା: କେନ୍ଦୁଝର
କେନ୍ଦୁଝରରେ ଦୁଖଃଦ ଘଟଣା । ବଜ୍ରାଘାତରେ ଚାଲିଗଲା ୩ ଜୀବନ । ରାଜ୍ୟର ଆଜି ଅନେକ ସ୍ଥାନରେ ଭାରି ବର୍ଷା ହୋଇଥିଲା ଯାହା ଫଳରେ ବହୁ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବାର ଦେଖାଦେଇଛି ।
ମମତା ବାନାର୍ଜୀ ବିଧାନସଭାକୁ ଫେରିବାକୁ ପୁଣି ନିର୍ବାଚନ ଲଢିବେ-
ଆସନ୍ତା ଛମାସ ମଧ୍ୟରେ ମମତା ବାନାର୍ଜୀ ଭବାନୀପୁରରୁ ଲଢିବେ ବୋଲି ଶ୍ରୀ ଚଟ୍ଟୋପାଧ୍ୟାୟ ବିଧାନସଭା ବାଚସ୍ପତି ବିମନ୍ ବୃନ୍ଦୋପାଧ୍ୟାୟଙ୍କୁ ଇସ୍ତଫା ଦେବା ପୂର୍ବରୁ ଏହା ଗଣମାଧ୍ୟମକୁ କହିଛନ୍ତି। ସେ ରାଜ୍ୟ କୃଷି ମନ୍ତ୍ରୀ ଭାବରେ ଛମାସ କାର୍ଯ୍ୟ କରିବେ, ଏହି ସମୟ ମଧ୍ୟରେ ସେ ଅନ୍ୟ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

