ଆସନ୍ତାକାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା: ୧୪୪ ଧାରାଆଜିଠାରୁ ପୁରୀରେ-

ଆଜି ରାତିରୁ ପୁରୀ ସହରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଲାଗି ୧୪୪ ଧାରା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହୋଇ ୨୫ ତାରିଖ ଯାଏ ଏହା ବଳବତ୍ତର ରହିବ।

ବ୍ୟୋମକେଶ ରାୟ ଚାନ୍ଦବାଲି ବିଧାୟକଙ୍କ ଦ୍ବିତୀୟ ବିବାହ ପାଇଁ ଜୋରଦାର ପ୍ରସ୍ତୁତି-

ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

୧୨ ଫୁଟ ବିଶିଷ୍ଟ ବିରାଟକାୟ ଅଜଗର ଯାଜପୁରରୁ ଉଦ୍ଧାର

ଯାଜପୁର ସାମିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁବୁଲି ଗ୍ରାମରୁ ଜଙ୍ଗଲ ଅଧିକାରୀମାନେ ୧୨ ଫୁଟର ବିରାଟକାୟ ଅଜଗର ସାପ ଉଦ୍ଧାର ହୋଇଛି ।

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି-

ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ର ଆଉ ନାହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରାତି ୧୧ଟାରେ ମୃତ୍ୟୁ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ହସ୍ପିଟାଲ୍‌ରେ ତପୁଙ୍କର ଅମ୍ଲଜାନ ସ୍ତର ବହୁତ କମିଆସୁଥିବା କହିଥିଲେ ଡାକ୍ତର ।

ମଦ ନିଶାରେ ବାପାକୁ ହାଣି ହତ୍ୟା କଲା ପୁଅ-

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ଅଧିନ ପାଇକପଡା ଗ୍ରାମର ନାଇକି ସାହିରେ ନିଶାସକ୍ତ ଅବସ୍ଥାରେ ପୁଅ ବାପାର ଜୀବନ ନେଇଛି । ବାପାକୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

କୋଭିଡ କଟକଣା ନମାନି ଭାଇ ବାହାଘରରେ ନାଚିବା ମହଙ୍ଗା ହେଲା, ତହସିଲଦାର ନିଲମ୍ବିତ-

ଯାଜପୁର ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରାଙ୍କୁ ରାଜ୍ୟ ସରକାର ଶୁକ୍ରବାର ନିଲମ୍ବନ କରିଥିବା ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି।

ଚୋରା ବ୍ରାଉନ ସୁଗାର ବାଇକରେ ଚାଲାଣ ବେଳେ ପୋଲିସର ଚଢ଼ାଉ , ୧୧୦ ଗ୍ରାମ ଜବତ, ୨ ଅଭିଯୁକ୍ତ ଗିରଫ

ଭଦ୍ରକ ପୁରୁଣା ବଜାର ପୋଲିସ ଦ୍ଵାରା ସନ୍ଥିଆ ବ୍ରିଜ ନିକଟରୁ ‍୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ,କେନ୍ଦ୍ରମନ୍ତ୍ରୀ ଓ ବହୁ ପ୍ରଶାସନିକ ଅଧିକାରୀଙ୍କ ଶୋକ ପ୍ରକାଶ-

ଓଡିଶା ଭିଜିଲାନ୍ସ ନିର୍ଦ୍ଦେଶକ ତଥା ସାହିତ୍ୟିକ ଦେବାଶିଷ ପାଣିଗ୍ରାହୀଙ୍କ ଗତକାଲି ରାତିରେ ପରଲୋକ ଘଟିଛି । କରୋନାରେ ସଂକ୍ରମିତ ହୋଇ ଗୁରୁତର ହେବାରୁ ଗତକିଛି ଦିନ ପୂର୍ବେ ଇକମୋ ଚିକିତ୍ସା କରାଇବା ପାଇଁ ତାଙ୍କୁ ଏୟାରଲିଫ୍ଟ ଯୋଗେ କଲିକତାର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଥିଲା ।

ପୋଲିସ ଗୁଳିରେ ଛତିଶଗଡ ଦାନ୍ତେୱାଡା ଏନକାଉଣ୍ଟରରେ ଜଣେ ମହିଳା ମାଓନେତ୍ରୀ ନିହତ-

ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ପୋଲିସ ଗୁଳିଲେ ଜଣେ ମହିଳା ମାଓନେତ୍ରୀ ନିହତ । ତେବେ ତାଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହିଁ । ତାଙ୍କ ପାଖରୁ ଜବତ ହୋଇଛି AK-47 ।

ଐତିହାସିକ ଘୋଡା ସ୍ଥାନାନ୍ତରଣକୁ ନେଇ ବଢୁଛି ବିବାଦ: ମାଷ୍ଟର କ୍ୟାଣ୍ଟିନ ଛକରେ କଂଗ୍ରେସର ଧାରଣା,

ଭୁବନେଶ୍ୱରର ଐତିହ୍ୟ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଛକ ଘୋଡାକୁ ରାଜଭବନ ଆଗକୁ ସ୍ଥାନାନ୍ତରଣ ନେଇ ଆଜି ଲଗାତାର ଦ୍ୱିତୀୟ ଦିନରେ କଂଗ୍ରେସ ବିଧାୟକ ନିଜ ସମର୍ଥକଙ୍କ ସହ ଘୋଡାମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ।

1 53 54 55 56 57 109