ଭାରତ-ଇଂଲଣ୍ଡ ଏକଦିବସୀୟ ସିରିଜ ; ଭାରତୀୟ ଦଳରେ ୩ ନୂଆ ମୁଁହ ସାମିଲ

ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି ।

ଆଜି ଭାରତ-ଇଂଲଣ୍ଡ ଟି-୨୦: ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ ।

ଅହମଦାବାଦର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ, ୪୬ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ନିୟନ୍ତ୍ରିତ

ଗୁଜରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଛି । ଭତବା ଅଂଚଳରେ ଥିବା ଏହି ପ୍ଲାଷ୍ଟିକ କାରଖାନାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର

ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ! ଭାଙ୍ଗିଯିବ ଶହ ଶହ ବର୍ଷର ପରମ୍ପରା

ପ୍ରଥମଥରପାଇଁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ବ୍ରହ୍ମପୁରର ମା ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି। ଯାତ୍ରା ପରିଚାଳନାକାରୀ ପି.ଦୁର୍ଗାପ୍ରସାଦ    ଦେଶୀ ବେହେରା ଏବଂ ପ୍ରଶାସନ ମଧ୍ୟରେ ଆୟୋଜନ ତାରିଖ ନେଇ ଟଣାଓଟରା ପରେ ଚଳିତ ବର୍ଷ ମା’ଙ୍କ ଆଗମନକୁ ନେଇ ପ୍ରଥମେ ଦ୍ୱନ୍ଦ ଉପୁଜି ଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ବାତିଲ ହୋଇଛି  । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଉଥିବା ବେଳେ 21 ଦିନରୁ କମ୍‌ ହେଲେ ଯାତ୍ରା କରାଯାଇ ପାରିବ ନାହିଁ ବୋଲି ଦେଶୀବେହେରା ଦୁର୍ଗାପ୍ରସାଦ କହିଥିଲେ ।କାରଣ ପୁରା 21 ଦିନର  ମା ବୁଢୀ ଠାକୁରାଣୀଙ୍କ ରୀତିନୀତି ରହିଛି  । 21 ଦିନରୁ କମ୍ ଦିନ ମା ବୁଢ଼ୀ ଠାକୁରାଣୀ ଯାତ୍ରା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟି ଜଣାଇଥିଲେ।ଏ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏମ୍‌ସିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମ୍‌ସି କମିଶନର ଓ ଉପଜିଲ୍ଳାପାଳଙ୍କ ସମେତ ପରିଚାଳକ ଦୁର୍ଗାପ୍ରସାଦଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଯାତ୍ରା ଆୟୋଜନ ତାରିଖକୁ ନେଇ ସହମତି ପ୍ରକାଶ ପାଇ ପାରିନଥିଲା । କୋଭିଡ଼ କଟକଣାରେ ଯାତ୍ରା ଆୟୋଜନ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହାପରେ  ମାଙ୍କ ଯୋଗ ନିୟମ ପ୍ରକାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା ।ଦେଶୀବେହେରା ଦୁର୍ଗାପ୍ରସାଦ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସକାଳେ ଡେଙ୍ଗୁରା କରିଥିଲେ । ତେବେ ବିଳମ୍ବିତ ରାତି ସମୟରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା।ପ୍ରଶାସନ ର କୋଭିଡ କଟକଣା, ଦିନ ଧାର୍ଯ୍ୟ ଏସବୁ ସମସ୍ୟା ତେଣୁ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ଜନସାଧାରଣ ମଧ୍ୟ ନାପସନ୍ଦ କରିଛନ୍ତି । ଏମିତିକି ଶହଶହ ବର୍ଷର ପରମ୍ପରା ଭାଙ୍ଗିଯିବ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ମଧ୍ୟ ବେଶ ଅସନ୍ତୋଷ ଦେଖିବାକୁ ମିଳିଛି।

ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ

ଲାଗୁ ହେଲା କଟକଣା , ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା

ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା  । ହୋଲି ପର୍ବ ଓ ଦୋଳ ମେଲଣ ନେଇ ଲାଗୁ ହେଲା କଟକଣା । ରାଜ୍ୟ ସରକାରଙ୍କ ହୋଲି କଟକଣା ସମ୍ପୂର୍ଣ୍ଣ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି

ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ବିଚାର ବିମର୍ଶ , ରାଜ୍ୟରେ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ

ଦେଶ ପରେ ବର୍ତ୍ତମାନ ରାଜ୍ୟ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲାରେ ଭୟାବହତା ଆଡକୁ ଗତି କରୁଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟସରକାର ସମସ୍ତ ଅଫିସରେ କରୋନା କଟକଣାକୁ କଡାକଡି ପାଳନ କରିବାରୁ

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ ୫ଲକ୍ଷ ୯୦ହଜାର ଟଙ୍କା ଫାଇନ୍

ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ

ଭାରତ-ଇଂଲଣ୍ଡ ଟି-୨୦: ୪ର୍ଥ ମୁକାବିଲା ଆଜି, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭାରତ ଓ ଇଂଲଣ୍ଡ ମଧ୍ୟରେ  ଆଜି ଟି-୨୦ ଶୃଙ୍ଖଳାର ୪ର୍ଥ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭିଜିଲାନ୍ସ ଜାଲରେ ଗୋଟିଏ ପରେ ଗୋଟିଏ ସରକାରୀ ବାବୁ ଛନ୍ଦି ହୋଇ ପଡୁଥିବା ବେଳେ ଏବେ ପୁଣି ଆଉ ଏକ ସରକାରୀ ବାବୁ ପଡିଛନ୍ତି ଭିଜିଲାନ୍ସ ଜାଲରେ । ନୂଆପଡ଼ା ଜିଲ୍ଲା ଖରିଆର ରେଞ୍ଜର