ଅଦ୍ୟ ମଇ ମାସ ୨୧ ତାରିଖ ୨୦୨୧ ମସିହା(ଶୁକ୍ରବାର)
Year: 2021
ସରକାର ଜାରି କଲେ ନୂଆ ଆଡଭାଇଜରି : ୧୦ ମିଟର ଯାଏଁ ବାୟୁରେ ବ୍ୟାପିପାରିବ କରୋନା ଭାଇରସ,
କରୋନା ଭାଇରସ ମୁକାବିଲା ଲାଗି ସରକାର ‘ଇଜି ଟୁ ଫଲୋ’ ଜାରି କରିଛନ୍ତି । ଏଥିରେ କୁହାଯାଇଛି ଯେ, କରୋନା ଭାଇରସ ବାୟୁରେ ୧୦ ମିଟର ଯାଏଁ ବ୍ୟାପିପାରେ ।
ୟୁପି ସରକାରଙ୍କ ବଡ଼ ଘୋଷଣା: ଏଣିକି କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି
ଏଣିକି ୟୁପିରେ କରୋନାରେ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଚାକିରି । ଉତ୍ତରପ୍ରଦେଶରେ କୋଭିଡ୍ ଡ୍ୟୁଟିରେ ଥିବା କର୍ମଚାରୀ ମାନେ କରୋନାରେ ମୃତ୍ୟୁ ବରଣ କଲେ ସେମାନଙ୍କ ପରିବାରକୁ ଚାକିରି ମିଳିବ ବୋଲି ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।
ଫ୍ଲାଇଂ ଶିଖ୍ ମିଲ୍ଖା ସିଂ (୯୧)କରୋନା ସଂକ୍ରମିତ
ଫ୍ଲାଇଂ ଶିଖ୍ ମିଲ୍ଖା ସିଂ (୯୧)କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସେ ତାଙ୍କର ଚଣ୍ଡିଗଡ ବାସଭବନରେ ଅଛନ୍ତି ।
ଭାସ୍କର୍ଯ୍ୟଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କର ଦୁଇ ପୁଅ ବି ଆର ପାରିକୁ ଚାଲି ଯାଇଛନ୍ତି –
ଭାସ୍କର୍ଯ୍ୟଶିଳ୍ପି ପଦ୍ମବିଭୁଷଣ ରଘୁନାଥ ମହାପାତ୍ରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ତାଙ୍କ ପଛେ ପଛେ ତାଙ୍କର ଦୁଇ ପୁଅ ବି ସାଥୀ ହୋଇ ଆର ପାରିକୁ ଚାଲି ଯାଇଛନ୍ତି ।
ଭଦ୍ରକ ମେଡିକାଲ କୋଭିଡ ୱାର୍ଡରେ ଲାଗିଲା ନିଆଁ
ଭଦ୍ରକ ଜିଲ୍ଲାର ମୁଖ୍ୟ ହସପିଟାଲରେ ଥିବା କୋଭିଡ କେୟାର ସେଣ୍ଟରରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଛି । ମେଡିକାଲର ତଳ ଫ୍ଲୋରରେ ଥିବା ଡିଜି ରୁମ୍ ରୁ ନିଆଁ ଲାଗିଛି ।
ବାହାଘର ଅତିଥି ଲକ୍ଡାଉନ୍ ନିୟମ ଭଙ୍ଗ କରି ବେଙ୍ଗଡିଆଁ ଡେଇଁଲେ :
ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାର ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ କଳ୍ପନା କରିନଥିଲେ ଯେ ଗୋଟିଏ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେମାନେଙ୍କୁ କଣ କଣ କରିବାକୁ ପଡିବ।
ପୁରୀ ରଥ ଖଳାରେ ବଢୁଛି ସଂକ୍ରମଣ, ବାୟୋ ବବଲରେ ହେବ ରଥ ନିର୍ମାଣ କାର୍ଯ୍ୟ
ପୁରୀରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଛି ଯେଉଁଥିରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ବାୟୋ ବବଲ ର ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି ।
ବ୍ଲାକ୍ ଫଙ୍ଗସକୁ ରାଜ୍ୟରେ ମହାମାରୀ ଘୋଷଣା କଲେ ସରକାର
ରାଜ୍ୟରେ ବଢୁଥିବା ବ୍ଲକ୍ ଫଙ୍ଗସ୍ ସଂକ୍ରମଣ ଏବଂ କେନ୍ଦ୍ର ସରକାରଙ୍କ ନିର୍ଦେଶକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ (ମୁକର୍ମାଇକୋସିସ୍) କୁ ମହାମାରୀ ଘୋଷଣା କରିଛନ୍ତି ।
ଏଣିକି ନିଜ ଘରେ କରିପାରିବେ କୋଭିଡ୍ ଟେଷ୍ଟ :‘ହୋମ୍ କୋଭିଡ୍ କିଟ୍’ କୁ ଆଇସିଏମଆର ର ଅନୁମତି-
ଏଣିକି କରୋନା ଟେଷ୍ଟ କରାଇବାକୁ ଆଉ ଘଣ୍ଟା ଘଣ୍ଟା ଧରି ଲାଇନ୍ ରେ ଅପେକ୍ଷା କରିବାକୁ ପଡିବନି । ନିଜ ଘରେ ମାତ୍ର କେଇ ମିନିଟ୍ ରେ ଆପଣ ବି କରିପାରିବେ ନିଜର କରୋନା ଟେଷ୍ଟ ।

