ସୋହେଲା ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ ୨୩୩ କେଜି ଗଞ୍ଜେଇ ଜବତ କରିଥିଲା
Month: July 2021
ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ
ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ ଅର୍ଥାତ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ ।
ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତ ହେଉଛି କାଳିଆର ପ୍ରୀୟ ପୋଡପୀଠା-
ଜନ୍ମ ବେଦୀରୁ ରତ୍ନ ବେଦୀକୁ ଗଲା ବେଳେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ଯିବାର ପରମ୍ପରା ରହିଛି । ଯାହାକୁ ନେଇ ଏବେ ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ପ୍ରୀୟ ପୋଡପୀଠା ।
ଚନ୍ଦ୍ରଶେଖରପୁର ଏଟିଏମରୁ ୪୦୦୦୦ ଟଙ୍କା ଲୁଟ କରିଥିବା ଅଭିଯୁକ୍ତ ଗିରଫ
ଗତ ସପ୍ତାହରେ ଭୁବନେଶ୍ୱରର ଏକ ଏଟିଏମ କିଓସ୍କରେ ଜଣେ ମହିଳାଙ୍କଠାରୁ ୪୦,୦୦୦ ଟଙ୍କା ନଗଦ ଥିବା ବ୍ୟାଗ ଛଡ଼ାଇ ନେଇଥିବା ଲୁଟେରାକୁ କମିଶନରେଟ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତର ପରିଚୟ ପ୍ରକାଶ କରିନାହିଁ।
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-
ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ ।
ପରିବହନ ମନ୍ତ୍ରୀଙ୍କ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ଚାଲିବ ସମସ୍ତ ବସ୍: ବସ ମାଲିକ ସଂଘ
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ସବୁ ଘରୋଇ ବସ ଚାଲିବ ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ଶାଢି ବୋଝେଇ ବୋଲେରୋରେ ଗଞ୍ଜେଇ ଚାଲାଣ: କଳାହାଣ୍ଡି
ରାଜ୍ୟରେ ଜାରି ରହିଛି ଭିନ୍ନଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ । ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି । ସେଥିରେ ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜର ବ୍ୟୟ ଅଟକଳ ସ୍ଥିର ହୋଇଛି ।
ନକଲି ଇନଭଏସ୍ ରାକେଟ ବିରୁଦ୍ଧରେ ଅଭିଯାନ ଦୁଇଟି ମାଷ୍ଟରମାଇଣ୍ଡ ଗିରଫ-
ନକଲି ଇନଭଏସ୍ ରାକେଟ ବିରୁଦ୍ଧରେ ଅଭିଯାନ କରି ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ବିଭାଗ ଶୁକ୍ରବାର ଦୁଇଟି ମାଷ୍ଟରମାଇଣ୍ଡଙ୍କୁ ନକଲି ଇନଭଏସ୍ ବାବଦରେ ୬୪୧ କୋଟି ଟଙ୍କାର ଠକେଇ ଆଇଟିସିର ଲାଭ ଓ ପାସ୍ କରିବାରେ ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଗିରଫ କରିଛି।
ଆସିଲେ ଅନୁଭବ ଦେଖା ମିଳୁନି ବର୍ଷାଙ୍କ, ଅଗଷ୍ଟ ୧୦ ତାରିଖକୁପରବର୍ତ୍ତୀ ଶୁଣାଣି ଘୁଞ୍ଚିଲା-
କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି କଟକ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। କିନ୍ତୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ନଥିଲେ। ତେଣୁ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦କୁ ସ୍ଥାନାନ୍ତର କରାଯାଇଛି।