ଗୁଜରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଛି । ଭତବା ଅଂଚଳରେ ଥିବା ଏହି ପ୍ଲାଷ୍ଟିକ କାରଖାନାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର
Category: Regional
ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ! ଭାଙ୍ଗିଯିବ ଶହ ଶହ ବର୍ଷର ପରମ୍ପରା
ପ୍ରଥମଥରପାଇଁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ବ୍ରହ୍ମପୁରର ମା ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି। ଯାତ୍ରା ପରିଚାଳନାକାରୀ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ଏବଂ ପ୍ରଶାସନ ମଧ୍ୟରେ ଆୟୋଜନ ତାରିଖ ନେଇ ଟଣାଓଟରା ପରେ ଚଳିତ ବର୍ଷ ମା’ଙ୍କ ଆଗମନକୁ ନେଇ ପ୍ରଥମେ ଦ୍ୱନ୍ଦ ଉପୁଜି ଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ବାତିଲ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଉଥିବା ବେଳେ 21 ଦିନରୁ କମ୍ ହେଲେ ଯାତ୍ରା କରାଯାଇ ପାରିବ ନାହିଁ ବୋଲି ଦେଶୀବେହେରା ଦୁର୍ଗାପ୍ରସାଦ କହିଥିଲେ ।କାରଣ ପୁରା 21 ଦିନର ମା ବୁଢୀ ଠାକୁରାଣୀଙ୍କ ରୀତିନୀତି ରହିଛି । 21 ଦିନରୁ କମ୍ ଦିନ ମା ବୁଢ଼ୀ ଠାକୁରାଣୀ ଯାତ୍ରା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟି ଜଣାଇଥିଲେ।ଏ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏମ୍ସିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମ୍ସି କମିଶନର ଓ ଉପଜିଲ୍ଳାପାଳଙ୍କ ସମେତ ପରିଚାଳକ ଦୁର୍ଗାପ୍ରସାଦଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଯାତ୍ରା ଆୟୋଜନ ତାରିଖକୁ ନେଇ ସହମତି ପ୍ରକାଶ ପାଇ ପାରିନଥିଲା । କୋଭିଡ଼ କଟକଣାରେ ଯାତ୍ରା ଆୟୋଜନ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହାପରେ ମାଙ୍କ ଯୋଗ ନିୟମ ପ୍ରକାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା ।ଦେଶୀବେହେରା ଦୁର୍ଗାପ୍ରସାଦ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସକାଳେ ଡେଙ୍ଗୁରା କରିଥିଲେ । ତେବେ ବିଳମ୍ବିତ ରାତି ସମୟରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା।ପ୍ରଶାସନ ର କୋଭିଡ କଟକଣା, ଦିନ ଧାର୍ଯ୍ୟ ଏସବୁ ସମସ୍ୟା ତେଣୁ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ଜନସାଧାରଣ ମଧ୍ୟ ନାପସନ୍ଦ କରିଛନ୍ତି । ଏମିତିକି ଶହଶହ ବର୍ଷର ପରମ୍ପରା ଭାଙ୍ଗିଯିବ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ମଧ୍ୟ ବେଶ ଅସନ୍ତୋଷ ଦେଖିବାକୁ ମିଳିଛି।
ଜାରି ହେଲା ୟେଲୋ ଓ୍ୱାର୍ଣ୍ଣିଂ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ରାଜ୍ୟରେ ଗରମ ଦିନ ଅସହ୍ୟ ହେବାକୁ ଲାଗିଛି । ଶୁକ୍ରବାର ରାଜ୍ୟର ୩ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଉପରେ ଥିବାବେଳେ ୭ଟି ସହର ୩୮ ଡିଗ୍ରୀ ଉପରେ ରହିଥିଲା । ତେବେ
ଲାଗୁ ହେଲା କଟକଣା , ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା
ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା । ହୋଲି ପର୍ବ ଓ ଦୋଳ ମେଲଣ ନେଇ ଲାଗୁ ହେଲା କଟକଣା । ରାଜ୍ୟ ସରକାରଙ୍କ ହୋଲି କଟକଣା ସମ୍ପୂର୍ଣ୍ଣ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି
ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ବିଚାର ବିମର୍ଶ , ରାଜ୍ୟରେ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ
ଦେଶ ପରେ ବର୍ତ୍ତମାନ ରାଜ୍ୟ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲାରେ ଭୟାବହତା ଆଡକୁ ଗତି କରୁଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟସରକାର ସମସ୍ତ ଅଫିସରେ କରୋନା କଟକଣାକୁ କଡାକଡି ପାଳନ କରିବାରୁ
ପୁଣି ନୂଆ ମୋଡ, ଅନୁଭବଙ୍କ ନା ରେ ସାଂଘାତିକ୍ ଅଭିଯୋଗ ଆଣିଲେ ବର୍ଷା
ଥମିବାର ନା ଧରୁନି ବର୍ଷା-ଅନୁଭବ ବିବାଦ । ପାରିବାରିକ ବିବାଦରେ ଛନ୍ଦି ହୋଇ ପଡିଥିବା ଏହି ଦୁହିଁଙ୍କ ବିବାଦରେ ଏବେ ପୁଣି ଏକ ନୂଆ ମୋଡ ଦେଖିବାକୁ ମିଳିଛି । ଘରୋଇ ହିଂସାର ଶିକାର
ଭୁଶୁଡିଲା ବ୍ରିଟିଶ ଅମଳର ରାଇଝରନ ସେତୁ, କ୍ଷୟକ୍ଷତିର ସୂଚନା ନାହିଁ
ବ୍ରିଟିଶ ଯୁଗରେ ରାଜ୍ୟ ରାଜପଥ -୬୩ ରେ ରାଇଝରନ ଅଞ୍ଚଳ ନିକଟରେ ନିର୍ମିତ ଏକ ସେତୁ ବୁଧବାର ଭୁଶୁଡି ଯାଇଥିବା ସୂଚନା ମିଳିଛି । ୧୯୩୦-୩୨ ମସିହାରେ ଚେଣ୍ଡିପଡା-ଅନୁଗୁଳ ରାସ୍ତାରେ ସିଙ୍ଗ୍ରା ବ୍ରିଜ୍ ନିର୍ମାଣ
ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଆହତ
ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ
ଦେଶର ପ୍ରଥମ ଏସି ରେଳ ଷ୍ଟେସନ ସଂପର୍କରେ ଜାଣନ୍ତୁ, ବିମାନ ବନ୍ଦର ଭଳି ମିଳିବ ସୁବିଧା
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଠାରେ ଦେଶର ପ୍ରଥମ ସେଣ୍ଟ୍ରାଲାଇଜ ଏସି ରେଳ ଷ୍ଟେସନର ନିର୍ମାଣ କାମ ଶେଷ ହେବାକୁ ଯାଉଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଫଟୋ ସେୟାର କରିଛନ୍ତି ।
ଧିମା ବୋଲିଙ୍ଗ ପାଇଁ ଦଣ୍ଡିତ ହେଲେ ଭାରତୀୟ ଖେଳାଳି
ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଭାରତୀୟ ଖେଳାଳିଙ୍କ

