ମଟନ ଝୋଳ ଖାଇବା ପରିବର୍ତ୍ତେ ଛେଳି ଚୋରି କରି ଛେଚା ଖାଇଲେ-

ଛେଳି ଚୋରି କରି ଭୋଜିରେ ହୋଇଥାନ୍ତା ମଟନ ଝୋଳ ସେଥିପାଇଁ ସରିଥିଲା ସମସ୍ତ ପ୍ରକାର ପ୍ରସ୍ତୁତି ହେଲେ ଧରାପଡ଼ିଯିବା ପରେ ନିଧୁମ୍ ଛେଚିଲେ ଗ୍ରାମବାସୀ ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାର୍ଗିଲ ଦିବସ ପାଳନ କରିବାକୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ-

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆସନ୍ତା ସପ୍ତାହରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଗସ୍ତ କରିବେ ବୋଲି ଆଶା କରାଯାଉଛି । ଯେଉଁଥିରେ ସେ ଜୁଲାଇ ୨୬ ରେ କାର୍ଗିଲ ଦିବସ ପାଳନ କରିବେ।

ପ୍ରେସ ଲେଖା ଥିବା ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ସହ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ, ୫ ଗିରଫ

ସୋହେଲା ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ ୨୩୩ କେଜି ଗଞ୍ଜେଇ ଜବତ କରିଥିଲା

ବାହୁଡ଼ା ଯାତ୍ରା ପାଇଁ ବଡଦାଣ୍ଡରେ ଫ୍ଲାଗମାର୍ଚ୍ଚ: ସଚେତନ କଲା ପୋଲିସ

ଆସନ୍ତାକାଲି ଠାରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ ଲାଗୁ ହେବ ଅର୍ଥାତ ଆସନ୍ତାକାଲି ରାତି ୮ଟାରୁ ୨୧ ତାରିଖ ରାତି ୮ଟା ଯାଏଁ ପୁରୀରେ ଲାଗୁ ହେବ କର୍ଫ୍ୟୁ ।

ବାହୁଡ଼ିବେ ମହାପ୍ରଭୁ, ପ୍ରସ୍ତୁତ ହେଉଛି କାଳିଆର ପ୍ରୀୟ ପୋଡପୀଠା-

ଜନ୍ମ ବେଦୀରୁ ରତ୍ନ ବେଦୀକୁ ଗଲା ବେଳେ ମାଉସୀ ମା’ ହାତରୁ ପୋଡ ପିଠା ଖାଇ ଯିବାର ପରମ୍ପରା ରହିଛି । ଯାହାକୁ ନେଇ ଏବେ ଗୁଣ୍ଡିଚା ମନ୍ଦିରରେ ପ୍ରସ୍ତୁତ ହେଉଛି ମହାପ୍ରଭୁଙ୍କ ପ୍ରୀୟ ପୋଡପୀଠା ।

ଚନ୍ଦ୍ରଶେଖରପୁର ଏଟିଏମରୁ ୪୦୦୦୦ ଟଙ୍କା ଲୁଟ କରିଥିବା ଅଭିଯୁକ୍ତ ଗିରଫ

ଗତ ସପ୍ତାହରେ ଭୁବନେଶ୍ୱରର ଏକ ଏଟିଏମ କିଓସ୍କରେ ଜଣେ ମହିଳାଙ୍କଠାରୁ ୪୦,୦୦୦ ଟଙ୍କା ନଗଦ ଥିବା ବ୍ୟାଗ ଛଡ଼ାଇ ନେଇଥିବା ଲୁଟେରାକୁ କମିଶନରେଟ ପୋଲିସ ଗିରଫ କରିଛି । ପୋଲିସ ଅଭିଯୁକ୍ତର ପରିଚୟ ପ୍ରକାଶ କରିନାହିଁ।

ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ-

ଶିଖର ଧାୱନଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମ୍‌କୁ ଆୟୋଜକ ଶ୍ରୀଲଙ୍କା ସହିତ ହେବ । କଲୋମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ରବିବାର ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟାରେ ହେବ ।

ପରିବହନ ମନ୍ତ୍ରୀଙ୍କ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ଚାଲିବ ସମସ୍ତ ବସ୍: ବସ ମାଲିକ ସଂଘ

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ରାଜ୍ୟରେ ସୋମବାରଠାରୁ ସବୁ ଘରୋଇ ବସ ଚାଲିବ ବୋଲି ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ଶାଢି ବୋଝେଇ ବୋଲେରୋରେ ଗଞ୍ଜେଇ ଚାଲାଣ: କଳାହାଣ୍ଡି

ରାଜ୍ୟରେ ଜାରି ରହିଛି ଭିନ୍ନଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ । ଗତକାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପୋଲିସ୍ ଏକ ଶାଢି ବୋଝେଇ ବୋଲେରୋରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା-

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ ଘୋଷଣା କରିଛନ୍ତି । ସେଥିରେ ୩୩୮ ବ୍ଲକ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧୬୯ କୋଟି, ୮୪.୫୦ କୋଟି ଆବର୍ତ୍ତନ ପାଣ୍ଠି, ମିଶନ ଶକ୍ତି ଋଣର ସୁଧ ରିହାତି ପାଇଁ ୨୦୦ କୋଟି ଟଙ୍କାର ପ୍ୟାକେଜର ବ୍ୟୟ ଅଟକଳ ସ୍ଥିର ହୋଇଛି ।

1 69 70 71 72 73 172