ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ-

ସମ୍ବଲପୁର ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ ରବୀନ୍ଦ୍ର ମହାନ୍ତି-

ବେଆଇନ ଭାବରେ ବ୍ୟାପକ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକରେ ବରିଷ୍ଠ କିରାଣୀ ଭାବରେ କାମ କରୁଥିବା ରବୀନ୍ଦ୍ର ମହାନ୍ତିଙ୍କ ବାସ ଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ରାଜନୈତିକ ମତ ଭେଦରେ ଖଲିକୋଟ ବିଧାୟିକା ଙ୍କ ଘର ଉପରେ ମରଣାତ୍ମାକ ଆକ୍ରମଣ ।-

ଦୀର୍ଘ ଦିନ ଧରି ଲାଗି ରହିଥିବା ରାଜନୈତିକ ବିବାଦ ଆଜି ଉଗ୍ର ରୂପ ଧାରଣ କରିଛି I ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ଗ୍ରାମ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ନିଜ ଗ୍ରାମ ଅଟେ।ଦୀର୍ଘ ଦିନ ରୁ କେଶପୁର ରେ ବିଧାୟିକା ଙ୍କ ସମର୍ଥକ ଓ ତାଙ୍କ ବିରୋଧୀ ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି

ପୁରୁଣା ବଜାର ଥାନାରେ ଧରାହେଲେ ୨ ନିଶା ବେପାରୀ ; ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ –

ଗତକାଲି ପୁରୁଣା ବଜାର ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଚଢଉ ଦ୍ୱାରା ନଙ୍ଗାମହଲା ଠାରେ ସନ୍ଥିଆ ବ୍ରିଜ ପାଖରେ ଚେକିଂ ସମୟରେ ୨୬୦ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ଥମିବାର ନାଁ ନେଉନି ଡେଙ୍ଗୁ: ସପ୍ତାହକରେ ୩୨୨ ଚିହ୍ନଟ –

ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ୩୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ବଜ୍ରକାପ୍ତା ସ୍ମଗଲରଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ କାବୁ କରିଛି-

କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ପଞ୍ଝାରେ ପଡିଛି ବଜ୍ରକାପ୍ତା ସ୍ମଗଲର । ଡିଲ ହେଉଥିବା ବେଳେ ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକରେ ସ୍ମଗଲରଙ୍କୁ ଏସଟିଏଫ୍ କାବୁ କରିଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ଆସନ୍ତା ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ-

ଆସନ୍ତା ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଚୋରା କଫସିରଫ୍ କାରବାର-

ଲକ୍ଷ ଲକ୍ଷ ଟଙ୍କାର କଫସିରଫ୍ ଚୋରାଚାଲାଣ କରାଯାଉଛି ତାହା ପୁଣି ରାଜ୍ୟର ପ୍ରମୁଖ ସହରରେ ଆଉ ରାଜ୍ୟ ପୋଲିସ୍ ର ନାକ ତଲେ ବେଧଡକ୍ ଭାବରେ ଜାରି ରହିଛି କଫସିରଫ୍ କାରବାର ।

ପୁରୀ ମନ୍ଦିର ପ୍ରଶାସନଙ୍କ ନିଷ୍ପତି: ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବ-

ଆସନ୍ତା ୧୬ରୁ ପୁରୀ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତି ନେଇଛି ପୁରୀ ମନ୍ଦିର ପ୍ରଶାସନ । ତେବେ ପ୍ରଥମେ ଅଗଷ୍ଟ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ବାସିଙ୍କୁ ଦର୍ଶନ ସୁଯୋଗ ମିଳିବ ।

1 37 38 39 40 41 121